ବିବାହର ମାସେ ପୂର୍ବରୁ ରୁଷିଆ ଟ୍ୟାଙ୍କରରୁ ମର୍ଚ୍ଚାଣ୍ଟ ନେଭି ଅଫିସର ଅଟକ

ନୂଆଦିଲ୍ଲୀ,୧୩ା୧: ହିମାଚଳପ୍ରଦେଶର କାଙ୍ଗ୍ରା ଜିଲାରୁ ରୁଷିଆର ଏକ କମ୍ପାନୀରେ ମର୍ଚ୍ଚାଣ୍ଟ ନେଭି ଅଫିସର ଭାବେ କାର୍ଯ୍ୟରତ ରିକ୍ଷିତ ଚୌହାନଙ୍କର ଆସନ୍ତା ମାସରେ ବିବାହ ଅନୁଷ୍ଠିତ ହେବାର ଥିଲା। ତାଙ୍କୁ ତୁରନ୍ତ ଘରକୁ ଫେରିବାର ଥିବାବେଳେ ତୈଳ ଆଣିବା ପାଇଁ ଭେନେଜୁଏଲା ଯାଇ ସେ ଫସିଯାଇଛନ୍ତି। ରୁଷିଆ ତୈଳ ଟ୍ୟାଙ୍କର, ଯେଉଁଥିରେ ରିକ୍ଷିତ କ୍ରିଉ ମେମ୍ବର ଭାବେ କାର୍ଯ୍ୟ କରୁଥିଲେ, ତାହାକୁ ଆମେରିକା ସୈନ୍ୟ ଜବତ କରିଛନ୍ତି। ରିକ୍ଷିତଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ତାଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ମାରିନେରା ନାମକ ଉକ୍ତ ଜାହାଜରେ ୩ ଭାରତୀୟ କ୍ରିଉ ମେମ୍ବରଙ୍କ ମଧ୍ୟରୁ ୨୬ ବର୍ଷୀୟ ରିକ୍ଷିତ ଅନ୍ୟତମ। ସେ ପ୍ରଥମ ଥର ପାଇଁ ଉକ୍ତ ଜାହାଜରେ ଭେନେଜୁଏଲା ଯାଇଥିବାବେଳେ ଆମେରିକା ସୁରକ୍ଷା ବଳ ଜାହାଜକୁ ପିଛାକରି ଗତ ୭ ତାରିଖରେ ଜବତ କରିଥିଲା।

 

Dharitri – The Largest & Most Trusted Odia Daily

Share