‘ଶୃଙ୍ଖଳିତ ଜୀବନ ପାଇଁ ଲୋଡ଼ା ମାନସିକ ସ୍ଥିରତା’

ଭଞ୍ଜନଗର,୩।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଅଧକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ଅଧ୍ୟକ୍ଷତା କରିଥିଲେ। ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ କିଭଳି ଶୃଙ୍ଖଳିତ ଜୀବନ ବିତାଇବେ ସେନେଇ ବକ୍ତବ୍ୟ ଦେଇଥିଲେ।

ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ତାଙ୍କ ଭାଷଣରେ କହିଥିଲେ ଯେ ଶୃଙ୍ଖଳିତ ଜୀବନ ପାଇଁ ମାନସିକ ସ୍ଥିରତା ଲୋଡ଼ା। ମାନସିକ ସ୍ଥିରତା ରହିଲେ ହିଁ ଆମେ ଆଗକୁ ବଢ଼ିପାରିବା। ଏଥିପ୍ରତି ସଚେତନ ହେବାକୁ ଶ୍ରୀ ଶତପଥି ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ଆହ୍ବାନ କରିଥିଲେ। ଛାତ୍ରୀ ପ୍ରିୟଦର୍ଶିନୀ ସ୍ବାଇଁ ସ୍ବାମୀ ଦୟାନନ୍ଦ ସରସତୀ ଏବଂ ତାଙ୍କର ଅବଦାନ ଉପରେ ଲିଖିତ ସନ୍ଦର୍ଭ ଟିକୁ ପଠନ କରିଥିଲେ। ତାଙ୍କୁ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ ସହଯୋଗ କରିଥିଲେ। ଆଧ୍ୟାତ୍ମିକ ଚେତନା ସର୍ବାଙ୍ଗୀନ ବିକାଶ ସାଧନ ଓ ବେଦକୁ ଫେରି ଚାଲ ଉପରେ ଆଲୋଚନା ହୋଇଥିଲା।
ସେହିଭଳି ଛାତ୍ରୀ ଇତିଶ୍ରୀ ବିଷୋୟୀ ଶିକ୍ଷା ଓ ମାନସିକ ସ୍ବାସ୍ଥ୍ୟ ଉପରେ ଲିଖିତ ସନ୍ଦର୍ଭଟିକୁ ପଠନ କରିଥିଲେ। ତାଙ୍କୁ ଅତିଥି ଅଧ୍ୟାପିକା ସ୍ମୃତି ଶିକ୍ଷା ଗୌଡ ସହଯୋଗ କରିଥିଲେ। ଏହି ଅବସରରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ, ଅଧ୍ୟାପିକା ସ୍ମୃତି ଶିକ୍ଷା ଗୌଡ ଆଲୋଚନାରେ ଭାଗନେଇ କହିଥିଲେ ଯେ, ପ୍ରତି ପରିସ୍ଥିତିର ଛାତ୍ରୀଛାତ୍ରମାନେ ସହଭାଗୀ ହୋଇ ଆଗେଇବାକୁ ପଡିବ।

 

Dharitri – Odisha’s No.1 Odia Daily

 

 

Share