ଭୁବନେଶ୍ୱର,୧୨।୧(ଅନାଦି କର)- ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଚଳିତ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ମ୍ୟାଚ୍ଗୁଡ଼ିକ ଲାଗି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏ ନେଇ ହକି ଇଣ୍ଡିଆ (ଏଚ୍ଆଇ) ପକ୍ଷରୁ ସୋମବାର ଘୋଷଣା କରାଯାଇଛି।
ଆସନ୍ତା ଜାନୁଆରୀ ୨୬ ତାରିଖରେ ହେବାକୁ ଥିବା ଫାଇନାଲ ସମେତ ୧୭ ତାରିଖରୁ ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଟିକେଟ୍ ଉପଲବ୍ଧ ଥିବାରୁ ଫ୍ୟାନ୍ସ ଅନଲାଇନ୍ରେ ବୁକ କରିପାରିବେ। ଅଧିକରୁ ଅଧିକ ପ୍ରଶଂସକଙ୍କ ଭାଗୀଦାରିତା ଲାଗି ଉତ୍ସାହିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।