ଗୃହବନ୍ଦୀରୁ ମୁକୁଳିବା ପରେ ପ୍ରଥମଥର ପାଇଁ ଦଳୀୟ ବୈଠକ ଡକାଇଲେ ମେହବୁବା

ଶ୍ରୀନଗର,୧୪।୧୦: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଗୃହବନ୍ଦୀରୁ ୧୪ ମାସ ପରେ ମୁକ୍ତ କରାଯାଇଛି। ଗୃହବନ୍ଦୀରୁ ମୁକ୍ତ ପରେ ତାଙ୍କର ପ୍ରଥମ ଫଟୋ ପ୍ରକାଶ ପାଇଛି। ଫଟୋରେ ସେ ପିଡିପି ନେତାଙ୍କ ସହ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ସେ ମୁକ୍ତ ହେବା ପରେ ଜମ୍ମୁ କଶ୍ମୀରରେ ରାଜନୈତିକ କାର୍ଯ୍ୟକଳାପକୁ ଆହୁରି ତୀବ୍ର ହେବ ବୋଲି ଆଶା କରାଯାଉଛି। ମେହବୁବା ମୁଫତି ଦଳର ନେତାମାନେ ତାଙ୍କ ବାସଭବନରେ ଭେଟିଥିଲେ। ମୁକ୍ତ ହେବାପରେ ମେହବୁବା ଏକ ବିବୃତ୍ତି ମାଧ୍ୟମରେ ଏଜେଣ୍ଡା ଘୋଷଣା କରିଛନ୍ତି। ଟୁଇଟର୍‌ରେ ନିଜର ବିବୃତ୍ତି ଜାରି କରି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସଂଗ୍ରାମ ଜାରି ରଖିବାକୁ ଘୋଷଣା କରିଥିଲେ।