ତଦନ୍ତ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ,୪।୩: ମେଘାଳୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ତଦନ୍ତ କରିପାରିବ ନାହିଁ। ମେଘାଳୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବା ସହମତି ଅନୁମତିକୁ ଶୁକ୍ରବାର ପ୍ରତ୍ୟାହାର କରିନେଇଛନ୍ତି।

ଫଳରେ ରାଜ୍ୟରେ କୌଣସି ନୂଆ ମାମଲାର ତଦନ୍ତ କରିବା ପୂର୍ବରୁ ସିବିଆଇ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ। ହେଲେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହେଉଥିବା ତଦନ୍ତ ପାଇଁ ଏହି ଅନୁମତି ନେବାକୁ ପଡିବ ନାହିଁ । ମେଘାଳୟ ପୂର୍ବରୁ ମିଜୋରାମ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ ଏବଂ କେରଳ ସିବିଆଇ ଯାଞ୍ଚ ପାଇଁ ସହମତି ପ୍ରତ୍ୟାହାର କରିନେଇଥିଲେ।