ଶ୍ରମିକଙ୍କ ସମସ୍ୟା ସାମ଼ାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌

ନୂଆପଡ଼ା,୨୦ା୪(ମକାରୁ ବେମାଲ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦୁଇ ବରିଷ୍ଠ କର୍ମକର୍ତ୍ତା ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଓ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରସ୍ଥିତ ବାସଭବନରେ ସାକ୍ଷାତ୍‌ କରିଛନ୍ତି। କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ତୋଳାଳି, ବନ୍ଧାଳି, ସିଜନାଲ ଷ୍ଟାଫ୍‌ଙ୍କ ବିଭିନ୍ନ ସମସ୍ୟା ଓ ଶ୍ରମିକ ଅଶାନ୍ତି ବିଷୟରେ ଆଲୋଚନା କରିଥିଲେ। ଶୀଘ୍ର କେନ୍ଦୁପତ୍ର ଦର ବୃଦ୍ଧି, ଶ୍ରମିକ କଲ୍ୟାଣ ଯୋଜନା ଲାଗୁ କରିବା, ବଜେଟ ମୁତାବକ ଅର୍ଥ ମଞ୍ଜୁର କରିବା, କେନ୍ଦୁପତ୍ର ସଂସ୍ଥାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଘରୋଇକରଣ ନ କରିବା ଆଦି ଦାବି ନେଇ ଆଲୋଚନା କରିଥିଲେ ା ଆଗାମୀ ଦିନରେ ଶୀଘ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁରୋହିତ ଓ ପାଣିଗ୍ରାହୀ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମାଝୀ କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ସମସ୍ତ ତୋଳାଳି, ବନ୍ଧାଳି, ସିଜନାଲ ଷ୍ଟାଫ୍‌ ଓ ଅନ୍ୟ ଶ୍ରମିକମାନଙ୍କ କଥା ଆମ ସରକାର ଠିକ୍‌ ଭାବରେ ହୃଦୟଙ୍ଗମ କରିଛି। ସକାରାମତ୍କ ଭାବରେ ସମାଧାନ ପାଇଁ ପ୍ରସ୍ତୁତ ଅଛୁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।