ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଛି। ଏହି ଜଳପ୍ରପାତ ସହ ହଜାର ହଜାର ବର୍ଷରୁ ଅନେକ ଲୋକକଥା ଚର୍ଚ୍ଚାରେ ରହିଛି। ଏହାକୁ କେହି କେହି ଦେବସ୍ଥଳୀ ବୋଲି ମଧ୍ୟ ଆଲୋଚନା କରନ୍ତି। କିନ୍ତୁ ଜଳପ୍ରପାତକୁ ସ୍ଥାନୀୟ ଅଞ୍ଚଳବାସୀ ଏହାର ତଦାରଖ କରୁଥିବାବେଳେ ଯାହାବି ବିକାଶ କରାଯାଉଛି ତାକୁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟକାରୀ କରୁଛି।
ପ୍ରକାଶ ଯେ, ଉକ୍ତ ଜଳପ୍ରପାତ ଉକ୍ତ ବ୍ଲକ ଦାସିଙ୍ଗବାଡି ପଞ୍ଚାୟତ ଅଧୀନରେ ରହିଛି। ଦାରିଙ୍ଗବାଡି ସହରଠାରୁ ପ୍ରାୟ ୧୫କିମି ଦୂରତାରେ ଏହି ପର୍ଯ୍ୟଟକ ରହିଥିବାବେଳେ ଭୁବନେଶ୍ୱରରୁ ଏହା ପ୍ରାୟ ୨୬୫ କିମି ଦୂରତାରେ ରହିଛି। ଦାରିଙ୍ଗବାଡି ଠାରୁ ଏହି ସ୍ଥାନ ରେ ପହଞ୍ଚିବା ପାଇଁ ରାଜ୍ୟ ରାଜପଥ ଉପରେ ଗଜପତି ଜିଲା ଅଡବା ଓ ମୋହନା ଯିବା ରାସ୍ତାରେ ଯିବାକୁ ପଡୁଛି। ଏଥି ସହ ଏହି ପର୍ଯ୍ୟଟନକ୍ଷେତ୍ରରେ ପହଞ୍ଚିବା ପୁର୍ବରୁ ସେହି ରାସ୍ତା ରେ କଫି ବଗିଚା, ଡ଼ୁଲୁରୀ ପାଇନବଣ, ପାଙ୍ଗାଲି ଘାଟିର ଦୃଶ୍ୟ, ରେନବୋ ଜଳପ୍ରପାତ ଆଦି ପଡିବ। ଏଥିସହ ମିଡିୟୁାନ୍ଦାରୁ ଫେରି ଦାସିଙ୍ଗବାଡିଠାରୁ ପ୍ରାୟ ୭ କିମି ଦୂରରେ ଐତିହାସିକ ଗ୍ରାମ ସୋନପୁର ପଞ୍ଚାୟତ ରହିଛି। ଯେଉଁଠି ପୌରାଣିକ ଓ ଲୋକକଥା ଅନୁସାରେ, ଜଳେଶ୍ୱର ଶିବ ମନ୍ଦିର ସମେତ ଗଣେଶ ମନ୍ଦିର ଓ ଅନ୍ୟ ମନ୍ଦିର ର ଭଗ୍ନାଂସ ଦେଖିବାକୁ ମିଳୁଛି ଏଥିସହ ସୋନପୁର ପହଞ୍ଚିବା ପୂର୍ବରୁ ଘାଟିରେ ଭିୟୁ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି।