ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଅଲୋଡା: ତେଜିଲା ଅସନ୍ତୋଷ

କେସିଙ୍ଗା,୧୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଳକରେ ବିଭିନ୍ନ ସମୟ ବିଭିନ୍ନ ବିଭାଗ ପକ୍ଷରୁ ଅନେକ ଉନ୍ନୟନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହିସବୁ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧଙ୍କୁ ଡକାଯାଉନାହିଁ। କେସିଙ୍ଗା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ନୂତନ ଶ୍ରେଣୀ ଗୃହର ଉଦଘାଟନ ହୋଇଥିଲା।
ସ୍ବାଧୀନତା ଦିବସରେ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ, କଳାହାଣ୍ଡି ଏମ୍‌ପି ମାଲବିକା ଦେବୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ସ୍ଥାନୀୟ ବିଡ଼ିଓ ଜନ୍ମେଜୟ ସ୍ବାଇଁ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ ହୋଇଥିଲା।
ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଯଥେଷ୍ଟ ଭୂମିକା ରହିଛି। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। କିନ୍ତୁ ଗଣମାଧ୍ୟମକୁ ଅବହେଳା କରାଯାଉଛି। କୌଣସି ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକେ ଗଣମାଧ୍ୟମ ଯୋଗୁ ଜାଣିଥାନ୍ତି।
କୌଣସି କାର୍ଯ୍ୟକ୍ରମକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଉନାହିଁ। କାରଣ ଅନେକ ଉନ୍ନୟନ କାର୍ଯ୍ୟକ୍ରମରେ ମିଥ୍ୟା ବିଲ, ନିମ୍ନ ମାନର କାମ ହେଉଥିବା ଦୋଷତ୍ରୁଟିକୁ ଚାପିବାକୁ ପ୍ରୟାସ କରାଯାଉଛି।