Categories: Home Leftଖେଳ

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଘୋଷଣା କରାଯାଇଛି।

ସେହିପରି ବେନ ଷ୍ଟୋକ୍ସ ଟେଷ୍ଟ ଦଳର ଅଧିନାୟକ ଓ ହ୍ୟାରି ବ୍ରୁକ ଉପ ଅଧିନାୟକ ଭାବେ କାର୍ଯ୍ୟ ଜାରି ରଖିବେ। ସମସ୍ତ ଫର୍ମାଟରେ ଇଂଲଣ୍ଡ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଓ ଡ୍ରେସିଂ ରୁମ୍‌ ପରମ୍ପରା କାରଣରୁ ମ୍ୟାକୁଲମଙ୍କ ପଦରୁ ହଟାଇ ଦିଆଯିବ ବୋଲି ଆଶା କରାଯାଉଥିଲା।

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆସେସ ସିରିଜ୍‌ରେ ୪-୧ରେ ପରାଜିତ ହେବା ପରେ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ପୂର୍ବରୁ ଇଂଲଣ୍ଡ ଦଳର ପ୍ରସ୍ତୁତି ଉପରେ ପ୍ରଶ୍ନ ଛିଡ଼ା ହୋଇଥିଲା। ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ସେମିଫାଇନାଲରେ ଭାରତଠାରୁ ପରାଜିତ ହୋଇଥିଲା।

Share