ଗଞ୍ଜାମ, ୨୩।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଧୀନରେ କାର୍ଯ୍ୟରତ ଏମବିକେ, ସିଆରପି, କୃଷି ମିତ୍ର ଓ ପ୍ରାଣୀମିତ୍ର ପକ୍ଷରୁ ବିଭିନ୍ନ ଦାବି ନେଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରିଛନ୍ତି। ଏଥିସହ ପ୍ରୋତ୍ସାହନ ରାଶି ବୃଦ୍ଧି ଓ ଦରମାକୁ ନିୟମିତ କରିବା ପାଇଁ ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସମାନ କାମକୁ ସମାନ ଦରମା ଦେବା ପାଇଁ ଶତାଧିକ ମହିଳା କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ। ବିଡିଓ ଯାନୀ ଏମବିକେ ଓ ସିଆରପିମାନଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏମବିକେ ରଞ୍ଜୁବାଳା ସାହୁ, ବନ୍ଦନା ପ୍ରଧାନ, ଲକ୍ଷ୍ମୀ ସ୍ବାଇଁ, ମିତା ସାହୁ, ରେଣୁପ୍ରଭା ନାହାକ, ବିଦ୍ୟାବତୀ ନାହାକ, ସିଆରପି ଝାନ୍ସୀ ରାଣୀ ଜେନା, ମିନତୀ ପ୍ରଧାନ,ସସ୍ମିତା ପଣ୍ଡା,ଝିଲି ବିଶ୍ୱାଳ,ମିନତୀ ରଣା, ଗୀତା ପାତ୍ର,ସଙ୍ଗୀତା ଜେନା,ବ୍ରାହ୍ମଣୀ ପଲାଇ,ପ୍ରାଣୀମିତ୍ର ସଂଯୁକ୍ତା ଛଟେଇ,ଜୁଲି ପ୍ରଧାନ,ମିନତୀ ପଲାଇ ଏବଂ କୃଷିମିତ୍ର ଜ୍ୟୋସ୍ନା ରାଣୀ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।