‘ସାରା ପୃଥିବୀରେ ଶାନ୍ତି-ମୈତ୍ରୀ-ସଂପ୍ରୀତି ଅବ୍ୟାହତ ରହୁ’

ନୂଆଦିଲ୍ଲୀ,୨୭ା୬: ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଗ୍ର ଦେଶ ତଥା ଦେଶ ବାହାରେ ରହୁଥିବା ମହାପ୍ରଭୁଙ୍କ ଭକ୍ତଗଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଶ୍ରୀଜିଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ। ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଏବଂ ସଂପ୍ରୀତି ଅବ୍ୟାହତ ରହୁ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି।