ସିଡ୍ନୀ,୨୪ା୧୦: ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ଖେଳିବେ ବୋଲି ଆଶା କରାଯାଉଛି। ତାଙ୍କ କଚଟି ହାଡ଼ ଭାଙ୍ଗିଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ବର୍ତ୍ତମାନ ସେ ଫିଟ୍ ଅଛନ୍ତି।
ଅକ୍ଟୋବର ୨୯ରୁ କାନବେରାଠାରେ ଆରମ୍ଭ ହେବାକୁଥିବା ଏହି ଇଭେଣ୍ଟ ମନୋନୀତ ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ମାହଲି ବିୟର୍ଡମ୍ୟାନଙ୍କୁ ସ୍ଥାନ ମିଳିଛି। ଶନିବାର ଦିନିକିଆ ସିରିଜ ଶେଷ ହେବା ପରେ ୫ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଖେଳାଯିବ।
ଦୁଇ ଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଶନିବାର ଶେଷ ହେବା ପରେ ୫ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ। ୩୭ବର୍ଷୀୟ ମାକ୍ସଓ୍ବେଲ ଓ ବିଅର୍ଡମ୍ୟାନ ଶେଷ ତିନୋଟି ଗେମ୍ ପାଇଁ ଉପଲବ୍ଧ ହେବେ। ଅନ୍ୟପକ୍ଷରେ ପେସ୍ ଷ୍ଟଲଓ୍ବାର୍ଟ ଜୋସ୍ ହାଜେଲଉଡ୍ ଏବଂ ବୋଲିଂ ଅଲରାଉଣ୍ଡର ସିନ୍ ଆବଟ ଯଥାକ୍ରମେ ପ୍ରଥମ ଦୁଇ ଏବଂ ତିନୋଟି ଗେମ୍ ପାଇଁ ଉପଲବ୍ଧ ହେବେ।
Dharitri – Odisha’s No.1 Odia Daily