Categories: Home Leftଖେଳ

ମହାନ ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମ୍ୟାକ୍ସଓ୍ବେଲ୍‌

ଦୁବାଇ,୨୯।୯: ଗ୍ଲେନ ମ୍ୟାକ୍ସେଓଲ୍ଲ୍‌ ବୁଧବାର ରାଜସ୍ଥାନ ରାୟାଲ୍ସ ବିପକ୍ଷରେ ୫୦ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ଏହି ଅବସରରେ ସେ ଟି୨୦ କ୍ରିକେଟରେ ପୂରଣ କରିଛନ୍ତି ୭ ହଜାର ରନ୍‌। ଏଥିସହ ସେ ସ୍ଥାନ ପାଇଛନ୍ତି ମହାନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ତାଲିକାରେ। ଏଥିରେ ରହିଛନ୍ତି ଡେଭିଡ୍‌ ଓ୍ବାର୍ନର, ଆରୋନ ଫିଞ୍ଚ, ଶେନ ଓ୍ବାଟଶନ ଓ ବ୍ରାଡ ହଜଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନ।

ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟି୨୦ କ୍ରିକେଟ୍‌ରେ ସର୍ବାଧିକ ରନ୍‌ କରିଥିବା ଖେଳାଳିଙ୍କ ତାଲିକା ଶୀର୍ଷରେ ଅଛନ୍ତି ଓ୍ବାର୍ନର। ତାଙ୍କ ନାମରେ ରହିଛି ୧୦,୦୧୯ ରନ୍‌। ତାଙ୍କ ପଛକୁ ଫିଞ୍ଚ (୯,୮୪୫), ଓ୍ବାଟଶନ (୮,୮୨୧), ହଜ୍‌ (୭,୪୦୬) ରହିଛନ୍ତି।