Leon Augustin of Bengaluru FC and Asish Rai of Hyderabad FC in action during match 74 of the 7th season of the Hero Indian Super League between Hyderabad FC and Bengaluru FC held at the Tilak Maidan Stadium, Goa, India on the 28th January 2021 Photo by Arjun Singh/ Sportzpics for ISL
ଭାସ୍କୋ, ୨୯ା୧: ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଗୁରୁବାର ହାଇଦ୍ରାବାଦ ଏଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ତିଳକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ ତରଫରୁ ଆରିଡେନ୍ ସାଣ୍ଟାନା (୮୬ତମ ମିନିଟ) ଓ ଫ୍ରାନ୍ସିସ୍କୋ ସାଣ୍ଡାଜା (୯୦+୧ତମ) ଏବଂ ବେଙ୍ଗାଲୁରୁ ତରଫରୁ ସୁନୀଲ ଛେତ୍ରୀ (୯ମ) ଓ ଲିଅନ ଅଗଷ୍ଟିନ୍ (୬୧ତମ) ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ହାଇଦ୍ରାବାଦ ତୁଳନାତ୍ମକ ଭାବେ ଭଲ ଖେଳିଥିଲା। ବଲ୍କୁ ଅଧିକ ସମୟ ନିଜ ନିୟନ୍ତ୍ରଣରେ ରଖିଥିଲା। ଏହି ଦଳ ୪ଟି ପେନାଲ୍ଟି କର୍ନର ପାଇଥିବାବେଳେ ବେଙ୍ଗାଲୁରୁକୁ ୨ଟି ମିଳିଥିଲା। ଗୁରୁବାର ମ୍ୟାଚ ପରେ ହାଇଦ୍ରାବାଦ ଏ ପର୍ଯ୍ୟନ୍ତ ଖେଳିଥିବା ୧୪ଟି ମ୍ୟାଚରୁ ୪ ବିଜୟ, ୭ ଡ୍ର ଓ ୩ ପରାଜୟ ସହ ୧୯ ପଏଣ୍ଟ ଅର୍ଜନ କରି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ସମାନ ସଂଖ୍ୟକ ମ୍ୟାଚ ଖେଳି ୩ ବିଜୟ, ୬ ଡ୍ର ଏବଂ ୫ ପରାଜୟରୁ ୧୫ ପଏଣ୍ଟ ସହ ଟେବୁଲର ୭ମ ସ୍ଥାନରେ ରହିଛି।