କେନ୍ଦୁଝର,୪।୧୦: କେନ୍ଦୁଝର ଜିଲା ଚମ୍ପୁଆ ଉପ-ଡାକଘରୁ ଏକ ବଡ଼ଧରଣର ଚୋରି ହୋଇଛି। ଦୁବୃର୍ତ୍ତମାନେ ଡାକଘର ପଛ ପଟ କବାଟ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି।
ଚୋର ଦଳ ଡାକଘର ଆଲମାରି ଭାଙ୍ଗି ନଗଦ ଟଙ୍କା ସହ ସିସିଟିଭି ଡିଭିଆର୍ ମଧ୍ୟ ନେଇଯାଇଛନ୍ତି। ଅନ୍ୟପକ୍ଷେ ଦୁବୃର୍ତ୍ତମାନେ ଟ୍ରେଜେରୀ ଭାଙ୍ଗିଥିଲେ ବି ଲୁଟି ପାରିନାହାନ୍ତି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ କହାରି ଗିରଫ କରି ନାହିଁ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।