ଭଞ୍ଜନଗର,୬।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ଉପସଭାପତି ତଥା ପୂର୍ବତନ ସରକାରୀ ଓକିଲ ହର୍ଷ ବର୍ଦ୍ଧନ ପଣ୍ଡାଙ୍କ କୁଲାଡ ବାସଭବନରୁ ମଙ୍ଗଳବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଦୃର୍ବୁତ୍ତମାନେ ତାଙ୍କ ଘରୁ ନଗଦ ୩ ଲକ୍ଷ ଟଙ୍କା, ପ୍ରାୟ ୧୦୦ ଗ୍ରାମ ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ହର୍ଷଙ୍କ ଅଭିଯୋଗ ପ୍ରକାରେ ଭଞ୍ଜନଗର ପୋଲିସ ବୁଧବାର ଏକ ମାମଲା ରୁଜୁ କରି ସାରେ ସନ୍ଧ।ନୀ କୁକୁର ସହାୟତାରେ ତଦନ୍ତ କରିଛି। ଏଥିସହ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ପୋଲିସ ସଂଗ୍ରହ କରି ଘଟନାର ତଦନ୍ତ ଚଳାଇଛି। ପୋଲିସ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଅନୁମାନ କରାଯାଉଛି। ଖୁବ ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି ପୋଲିସ ଆଶା ରଖିଛି।
ଘଟଣାରୁ ପ୍ରକାଶ ଯେ ହର୍ଷ ଏବଂ ତାଙ୍କ ସ୍ତ୍ରୀ କୁଲାଡରେ ରୁହନ୍ତି। ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ହର୍ଷ ଦାଣ୍ଡ ଘରେ ଶୋଇଥିଲେ । ସ୍ତ୍ରୀ ବେଡରୁମ ରେ ସୋଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାରିପଟ କବାଟ ଭାଙ୍ଗି ବେଡରୁମରେ ପଶିଥିଲେ। ଏହାପରେ ଆଲମିରା ଭାଙ୍ଗି ସେଥିରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାର କିଛି ସମୟ ପରେ ହର୍ଷଙ୍କ ସ୍ତ୍ରୀ ଉଠି ଦେଖିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ଆଜି ସକାଳେ ହର୍ଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।