ନବକଳେବର ରୋଡରେ ବଡ଼ ଧରଣର ରେଡ

ପୁରୀ,୨୦।୧: ପୁରୀ ନବକଳେବର ରୋଡରେ ଗୁରୁବାର ଏକ ବଡ଼ ଧରଣର ରେଡ୍‌ ହୋଇଛି। ଏକ ପୂଜା ସାମଗ୍ରୀ ଗୋଦାମରେ ପୋଲିସର ଏକ ଟିମ୍‌ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ କରିଛି। ଏପରିକି ପୋଲିସ ଗୋଦାମରୁ ବାଣ ପ୍ରସ୍ତୁତି ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଛି।

ବେଆଇନ ବାଣ କାରବାର ରୋକିବା ନେଇ ଏହି ଚଢାଉ ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ଏସ୍‌ପି ଏବଂ ସିଟି ଡିଏସ୍‌ପିଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିଲା।