ବଡ଼ ଧରଣର ଚଢାଉ: ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଗୋ ମାଫିଆ

ରାଉରକେଲା,୨।୨: ରାଉରକେଲା ପୋଲିସ ସୋମବାର ବିଶ୍ରା ଥାନା ଗୁଡଗୁଡ ଜୋର ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ କରିଛି। ପୋଲିସ ଏକ ଗୋମାଫିଆଙ୍କ ଭଡା ଘରେ ଚଢାଉ କରି ୪ଟି ପିସ୍ତଲ ସହ ଦୁର୍ଦ୍ଦାନ୍ତ ଗୋ ମାଫିଆଙ୍କୁ ଗିରଫ କରିଛି।

ପୋଲିସ ଗୋରୁ ଚାଲାଣରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌, କାର୍‌, ଅଟୋ ଜବତ କରିଥିବା ଅନୁଷ୍ଠିତ ଏକ ଖବରଦାତା ସମ୍ମଳନୀରେ ରାଉରକେଲା ଏସ୍‌ପି ସୂଚନା ଦେଇଛନ୍ତି।