ଜେ କେ ପୁର,୧୩।୯(ରାଜେଶ ବିଶ୍ବାଳ): ରାଜ୍ୟ ରାଜପଥ ନିକଟସ୍ଥ ଜେ କେ ପୁର କମ୍ପାନୀ ରୋଡରେ ଶୁକ୍ରବାର ରେମିନିଟ୍ରେ ସାଇ କ୍ଲିନିକ ନିକଟସ୍ଥ ଏକ ଟେଲରିଂ ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ଏମ. ଗୌରୀଶଙ୍କର ରାଓଙ୍କ ଅନୁସାରେ ଏହି ଅଗ୍ନିକାଣ୍ଡ ଶର୍ଟ ସର୍କିଟ ଦ୍ୱାରା ଘଟିଥିବା ସନ୍ଦେହ କରାଯାଉଛି।
ଘଟଣା ସମୟରେ ଦଶହରା ପୂଜା ପ୍ରସ୍ତୁତି ନେଇ ଅଞ୍ଚଳର ଅଧିକାଂଶ ସୁରକ୍ଷା କର୍ମଚାରୀ କାର୍ଯ୍ୟ ରତ ଥିଲେ। ଏହି ସମୟ ରେ ଜଣେ ସୁରକ୍ଷା କର୍ମଚାରୀ କେ. ବେଙ୍କଟ ରାଓ ଅଗ୍ନି ସଂଯୋଗ ହେତୁ ଭୟଙ୍କର ଧୂଆଁ ଓ ନିଆଁ ଧାଶ ଦେଖି ତାଙ୍କ ଉଚ୍ଚ ଅଧିକାରୀ ଦୀପକ କୁମାର ସାମଲଙ୍କୁ ସୂଚନା ଦେଇଥିଲେ। ଦୀପକ ସାମଲ ତୁରନ୍ତ ସେକ୍ୟୁରିଟି ଅଫିସର ଅବେସ ଖାନଙ୍କୁ ତାଙ୍କ ସହଯୋଗୀ କର୍ମଚାରୀମାନଙ୍କ ସହିତ ଘଟଣାସ୍ଥଳକୁ ପଠାଇଥିଲେ। ପରେଦମକଳ ବାହିନୀ ଦ୍ୱାରା ପାଖା ପାଖି ୧୫-୨୦ ମିନିଟ ମଧ୍ୟରେ ଅଗ୍ନିକୁ ନିୟନ୍ତ୍ରଣ କରା ଗଲା। ଦୋକାନ ମାଲିକଙ୍କ ଅନୁସାରେ, ପ୍ରାୟ ୩ ରୁ ୪ ଲକ୍ଷ ଟଙ୍କାର ଟେଲରିଂ ସାମଗ୍ରୀ ଅଗ୍ନିରେ ଜଳି ନଷ୍ଟ ହୋଇଯାଇଛି। ଯଦିଓ ଅଗ୍ନି ଖୁବ ଗୁରୁତର ଥିଲା, ତଥାପି ତତ୍ପରତାର ସହ ନିୟନ୍ତ୍ରଣ କରାଯାଇଥିବାରୁ କୌଣସି ଜନ ଜୀବନ ହାନି ଘଟିନାହିଁ।
ଏହି ଅଭାବନୀୟ ଘଟଣା ଖୁବ ଭୟଙ୍କରର ଥିବାରୁ ବିପୁଳ କ୍ଷୟକ୍ଷତିର ଆଶଙ୍କା ରହିଥିଲା କିନ୍ତୁ ଜେ.କେ. ପେପର ମିଲ ସୁରକ୍ଷା ବିଭାଗର ତ୍ୱରିତ ପଦକ୍ଷେପ ଓ ଦକ୍ଷତା ଦ୍ୱାରା ଏକ ବଡ଼ ଦୁର୍ଘଟଣାକୁ ସଫଳତାର ସହ ରୋକାଯାଇ ପାରିଛି। ଏହି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସେମାନଙ୍କର କାମକୁ ବିପୁଳ ପ୍ରଶଂସା କରିଛନ୍ତି ।