କାଇରୋ,୨୨ା୩: ସୁଦାନର ଡାର୍ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି।
ଆକ୍ରମଣରେ ଅନୂ୍ୟନ ୮୯ଜଣ ଆହତ ହୋଇଛନ୍ତି। ଆକ୍ରମଣ ଯୋଗୁ ଅଲ୍ ଡାଇନ୍ ଟିଚିଙ୍ଗ୍ ହସ୍ପିଟାଲ ଅକାମୀ ହୋଇଯାଇଥିବା ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଘେବ୍ରେୟେସସ୍ କହିବା ସହ ଘଟଣାର ନିନ୍ଦା କରିଛନ୍ତି।
୨୦୨୩ ଏପ୍ରିଲରୁ ସୁଦାନରେ ସେନା ଏବଂ ବିରୋଧୀ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ (ଆର୍ଏସ୍ଏଫ୍) ମଧ୍ୟରେ କ୍ଷମତାକୁ ନେଇ ସଂଘର୍ଷ ଲାଗିରହିଛି। ହସ୍ପିଟାଲ ଉପରେ ଆକ୍ରମଣ ପାଇଁ ଆର୍ଏସ୍ଏଫ୍ ସେନାକୁ ଦାୟୀ କରିଛି।