ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌ ଚଳାଇଛି। ଆକ୍ରମଣକାରୀ କିଏ ଓ କାରଣ କ’ଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ପୋଲିସ କହିଛି, ରବିବାର ସକାଳେ ଜୋହାନ୍ସବର୍ଗ ବାହାରେ ଏକ ବାର୍‌ରେ ଅଜଣା ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ୧୦ ଜଣ ପ୍ରାଣ ହରାଇଛନ୍ତି। ଏହି ମାସରେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ୱିତୀୟ ଗୁଳିକାଣ୍ଡ।

ପୋଲିସ ଏକ ବିବୃତ୍ତିରେ କହିଛି ଯେ, ଦୁଇଟି ଗାଡ଼ିରେ ଆକ୍ରମଣକାରୀମାନେ ଆସି ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରୁ ପଳାଇବା ସମୟରେ ଆଖିବୁଜା ଗୁଳି ଚଳାଇଥିଲେ। ମୃତକଙ୍କ ମଧ୍ୟରେ ଏକ ଅନ୍‌ଲାଇନ କାର-ହେଲିଂ ସେବାର ଜଣେ ଡ୍ରାଇଭର ମଧ୍ୟ ଅଛନ୍ତି, ଯିଏ ବାର୍‌ ବାହାରେ ଥିଲେ।

Dharitri – Odisha’s No.1 Odia Daily