ଏପିକ୍‌ ନ୍ୟୁ ସ୍ବିଫ୍ଟିର ମାସ୍‌ ଡେଲିଭରି

ଭୁବନେଶ୍ୱର,୨୨।୬ (ଅଭୟ ଦାଶ): ମାରୁତି ସୁଜୁକିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଏପିକ୍‌ ନ୍ୟୁ ସ୍ବିଫ୍ଟି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ତଥା ଭୁବନେଶ୍ୱର ଓ କଟକର ମାରୁତି ସୁଜୁକି ଏରିନା ଡିଲରମାନେ ଏପିକ୍‌ ନ୍ୟୁ ସ୍ବିଫି୍ଟର ୫୦ଟି ନୂତନ କାର୍‌ ଗୋଟିଏ ଦିନରେ ପ୍ରଦାନ କରିବାର ଘୋଷଣାକରି ଗୌରବ ଅନୁଭବ କରିଛନ୍ତି। ଏହି ଅସାଧାରଣ ଉପଲବ୍ଧ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ନୂତନ ସ୍ବିଫ୍ଟିର ପ୍ରବଳ ଚାହିଦା ଓ ଲୋକପ୍ରିୟତାକୁ ଦର୍ଶାଉଛି। ଅପରପକ୍ଷରେ ଭୁବନେଶ୍ୱର ଓ କଟକର ମାରୁତି ସୁଜୁକି ଏରିନା ଡିଲରମାନେ ଗୋଟିଏ ଦିନରେ ପ୍ରଦାନ କରିଥିବା ୫୦ୟୁନିଟ୍‌ ଯାନ ମଧ୍ୟରୁ ଅଧିକାଂଶ ଡେଲିଭରିରେ ଟପ୍‌ ଏଣ୍ଡ ଭାରିଆଣ୍ଟ ରହିଛି।
ସେହିଭଳି ୫୦ଟି ସ୍ବିଫ୍ଟି କାର୍‌ର ବ୍ୟାପକ ବିତରଣ ନୂତନ ସ୍ବିଫ୍ଟ୍‌ିର ଦୃଢ଼ ଗ୍ରହଣୀୟତାକୁ ସୂଚାଉଛି, ଯାହାକି ଏହାର ୧୯ବର୍ଷର ସଫଳ ପରମ୍ପରାକୁ ଦର୍ଶାଉଛି। ଫଳରେ ଏହାର ନୂତନ ଅବତାରରେ ସ୍ବିଫ୍ଟ୍‌ିର ସ୍ପୋର୍ଟି ଡିଜାଇନ ଆଧୁନିକ ଗ୍ରାହକଙ୍କ ସୌନ୍ଦର୍ଯ୍ୟ ସମ୍ବେଦନଶୀଳତାକୁ ଆକର୍ଷିତ କରୁଥିବାବେଳେ ନୂତନ ଓ ଉନ୍ନତ ଜେଡ୍‌-ସିରିଜ୍‌ ଇଞ୍ଜିନ୍‌ ୨୫.୭୫କି.ମି./ଲିଟର ପର୍ଯ୍ୟନ୍ତ ପ୍ରଭାବଶାଳୀ ଇନ୍ଧନଦକ୍ଷତା ସହ ଏକ ଗତିଶୀଳ ଡ୍ରାଇଭିଂ ଅନୁଭୂତି ପ୍ରଦାନ କରିଥାଏ। ଏପରିକି ମାରୁତି ସୁଜୁକି ପାଇଁ ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ଓ ନୂତନ ସ୍ବିଫ୍ଟ୍‌ିରେ ୬ଟି ଏୟାରବ୍ୟାଗ୍‌, ଇଏସ୍‌ପି ଓ ହିଲ୍‌ ହୋଲ୍‌ଡ ଆସିଷ୍ଟକୁ ସମସ୍ତ ପ୍ରକାର ଷ୍ଟାଣ୍ଡାର୍ଡ ଫିଟ୍‌ମେଣ୍ଟ ଭାବେ ଅନ୍ତର୍ଭୁକ୍ତ କରିବା ସହ ଏହାର ପ୍ରତିଶ୍ରୁତିକୁ ଦୃଢ଼ କରିଛି। ସେହିପରି ୬.୪୯ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍‌)ରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ମୂଲ୍ୟ ସହ ଏପିକ୍‌ ନ୍ୟୁ ସ୍ବିଫ୍ଟ୍‌ିକୁ ଏହାର ସେଗ୍‌ମେଣ୍ଟରେ ଏକ ଆକର୍ଷଣୀୟ ବିକଳ୍ପରେ ପରିଣତ କରିଛି, ଯେଉଁଥିରେ ୨.୯ନିୟୁତ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି ଓ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।