SYDNEY, AUSTRALIA - NOVEMBER 27: The crowd watches on during game one of the One Day International series between Australia and India at Sydney Cricket Ground on November 27, 2020 in Sydney, Australia. (Photo by Mark Kolbe/Getty Images)
ସିଡ୍ନୀ,୬।୧- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ ଷ୍ଟାଡିୟମରେ ପୂରା ସମୟ ମାସ୍କ ପିନ୍ଧିବେ। କେବଳ ଖାଇବା ଓ ପିଇବାବେଳେ ସେମାନେ ମାସ୍କ ଖୋଲିପାରିବେ ବୋଲି ନ୍ୟୁ ସାଉଥ ଓ୍ବେଲ୍ସ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରାଡ୍ ହାଜାର୍ଡ ବୁଧବାର କହିଛନ୍ତି।
୫ ଦିନିଆ ଟେଷ୍ଟ ମ୍ୟାଚ୍ ୧୦ ହଜାର ଦର୍ଶକଙ୍କ ସାମ୍ନାରେ ଖେଳାଯିବ। ଅଷ୍ଟ୍ରେଲିଆର ସବୁଠୁ ବଡ଼ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ୪୮ ହଜାର ଦକ୍ଷତା ବିଶିଷ୍ଟ ଷ୍ଟାଡିୟମରେ ମାତ୍ର ୧୦ ହଜାର ଦର୍ଶକଙ୍କୁ ଅନୁମତି ମିଳିଛି। ହାଜାର୍ଡ କହିଛନ୍ତି, ନ୍ୟୁ ସାଉଥ ଓ୍ବେଲ୍ସ ନିକଟରେ କୌଣସି ବିକଳ୍ପ ନାହିଁ। ଦ୍ୱିତୀୟ ଟେଷ୍ଟରେ ଯୋଗଦେଇଥିବା ଦର୍ଶକଙ୍କ ମଧ୍ୟରେ ଜଣେ କୋଭିଡ୍-୧୯ ଆକ୍ରାନ୍ତ ଥିବା ଭିକ୍ଟୋରିଆ ରାଜ୍ୟର ସ୍ବାସ୍ଥ୍ୟ କର୍ମଚାରୀ ସୂଚନା ଦେଇଛନ୍ତି।
ଆମେ ଏକଦା ଫୁଲ ଷ୍ଟାଡିୟମ୍ରେ ଟେଷ୍ଟ ଆୟୋଜନ କରିବାକୁ ଆଶା ରଖିଥିଲୁ। ଏହାପରେ ସହରରେ କରୋନା ସ୍ଥିତି ଯୋଗୁ ଦର୍ଶକଙ୍କ ସଂଖ୍ୟା ଏକ ଚତୁର୍ଥାଂଶ କରିବାକୁ ପଡ଼ିଲା। କୌଣସି ଦର୍ଶକ ନିୟମ ନ ମାନିଲେ, ତାଙ୍କୁ ୨୦୦ ଅଷ୍ଟ୍ରେଲିଆନ ଡଲାର ଜରିମାନା ଦେବାକୁ ପଡ଼ିବ। ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୧୧, ୩୨୪ ଟଙ୍କା।