ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତର ମୁଖ୍ୟ ମଶାଣି ଜମିକୁ କିଛି ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଧୀରେଧୀରେ ମଶାଣିର ବିସ୍ତିର୍ଣ୍ଣ ଜମି ଏବେ ସଙ୍କୁୁଚିତ ହୋଇପଡିଛି। ଜବରଦଖଲକାଙ୍କୁ ଅଞ୍ଚଳବାସୀ ବାରମ୍ବାର ଜଣାଇଲେ ମଧ୍ୟ ଜବରଦଖଲକାରୀ ଜମି ଛାଡିବା ବଦଳରେ ଧୀରେଧୀରେ ଏକାଧିକ ଲୋକ ଜମିକୁ ଜବରଦଖଲ କରିବାରେ ଲାଗିଛନ୍ତି। ଫଳରେ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଶାଣିର ଆବଶ୍ୟକତା ଜରୁରୀ ରହିଛି। ତେବେ ମଶାଣି ଜମିକୁ ଜବରଦଖଲ ଯୋଗୁ ଏବେ ସେଠାରେ ମୃତଦେହ ସଂସ୍କାର କରିବା କଷ୍ଟ ହୋଇପଡୁଛି ତେଣୁ ଅଞ୍ଚଳରେ ମଶାଣି ଜମି ଜବରଦଖଲକୁ ନେଉ ଉତ୍ତେଜନା ଦେଖାଯାଇଛ। ଏ ନେଇ ଜୁଡ଼ାବାଡି ଗ୍ରାମ୍ୟ କମିଟି ପକ୍ଷରୁ ଗାଁ ଲୋକଙ୍କୁ ନେଇ ବୈଠକ କରାଯିବା ଓ ଜବରଦଖଲ ଉଚ୍ଛେଦ କରାଯିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୋମବାର ସକାଳ ସମୟରେ ମଶାଣି ଜମିରେ ଏକତ୍ରିତ ହେବାକୁ କୁହାଯାଇଛି । ଫଳରେ ଘଟଣାକୁ ନେଇ ଗ୍ରାମ୍ୟକମିଟି ଗୁରୁତ୍ୱ ଦେଇଛି। ଜବରଦଖଲକାରୀ ଜମି ନ ଛାଡିଲେ ହୁଏତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ଆଶଙ୍କା କରାଯାଇଛି ସେହିପରି ବୈଠକରେ ସମସ୍ତ ଜନସାଧାରଣ ଉପସ୍ଥିତ ରହିବାକୁ ବାଧ୍ୟ ବୋଲି ଘୋଷଣା କରାଯାଇଛି ।