‘ଇଣ୍ଡିପେଣ୍ଡେନ୍‌ସ’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୧୯।୧୨: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆର୍‌ଆଇଏଲ୍‌)ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର ନୂତନ ୟୁନିଟ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଆର୍‌ସିପିଏଲ) ପକ୍ଷରୁ ନୂଆ ବ୍ରାଣ୍ଡ୍‌ ‘ଇଣ୍ଡିପେଣ୍ଡେନ୍‌ସ’ର ଶୁଭାରମ୍ଭ କରାଯାଇଛି। ନିକଟରେ କମ୍ପାନୀର ଉକ୍ତ ବ୍ରାଣ୍ଡ୍‌କୁ ପରୀକ୍ଷାମୂଳକ ଭାବେ ମୁକେଶ ଅମ୍ବାନୀଙ୍କ ଘରୋଇ ରାଜ୍ୟ ଗୁଜରାଟରେ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି, ପରବର୍ତ୍ତୀ ସମୟରେ ଉକ୍ତ ବ୍ରାଣ୍ଡ୍‌କୁ ସାରାଦେଶରେ ବଜାର ପ୍ରବେଶ କରାଇବା ସହ କାରବାର ମଧ୍ୟ ଆରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share