କୋରାପୁଟ,୨୪।୧(ଅମିତାଭ ବେହେରା ): କୋରାପୁଟରୁ ଦିଲ୍ଲୀକୁ ଗଞ୍ଜେଇ ଚାଲଣ କରୁଥିବା ଯୁବକଙ୍କୁ ରେଲଓ୍ବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀର ପୁନିତ କୁମାର ନାମକ ଯୁବକ ଏକ ଟଲିବ୍ୟାଗରେ ଚାରିଟା ବଣ୍ଡଲ ଗଞ୍ଜେଇ ନେଇ ଟ୍ରେନ୍ରେ ଦିଲ୍ଲୀ ଯିବା ପାଇଁ କୋରାପୁଟ ଷ୍ଟେଶନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ରେଲଓ୍ବ ପୋଲିସ ସନ୍ଦେହରେ ବ୍ୟାଗ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ୨୧କେଜି ୫ ଶହ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇକୁ ଜବତ କରିବା ସହିତ ଯୁବକଙ୍କୁ କୋର୍ଟ ଚାଲଣ କରିଛନ୍ତି।
Dharitri – Odisha’s No.1 Odia Daily