ହେଉଥିଲା ଗଞ୍ଜେଇ ଚାଲାଣ: ମାଡିବସିଲା ପୋଲିସ, ଆଉ ତା’ପରେ…

ମୋହନା, ୧୫।୯( ମନ୍ମଥ ମିଶ୍ର ) : ଗଜପତି ଜିଲା ମୋହନା ଥାନା ଶିକୁଳିପଦର ନିକଟରେ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିକୁଳିପଦର ଗାଁର ବୁଡୁ ରଇତ(୪୭) ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ଟିମ ଶିକୁଳିପଦର ଗ୍ରାମ ନିକଟସ୍ଥ ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ରାସ୍ତା କଡରେ ଗାଡିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ଦେଖି ସନ୍ଦେହ ହୋଇଥିଲା । ପରେ ବ୍ୟକ୍ତିକୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ ୭ଟି ବସ୍ତାରୁ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ମୋହନା ଥାନାରେ ୧୫୮/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି ।