କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ପୋଲିସର ମାଦକଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ କାରବାର ଘଟଣାରେ ଟାଉନ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୩ ତାରିଖ ଦିନ ଏକ ବିଶ୍ୱସନୀୟ ସୂଚନା ଅଧାରରେ ଟାଉନ ଥାନା ପୋଲିସ SI ହେରୋଫିନା ହାସଦାଙ୍କ ନେତୃତ୍ୱରେ ଏକ ଦଳ ସ୍ଥାନୀୟ କମାରଗୋଡା ଗ୍ରାମର ସସ୍ମିତା ସାହୁ (୪୧) ଓ ଜ୍ଞାନେନ୍ଦ୍ର କୁମାର ସାହୁ (୪୪)ଙ୍କ ଗ୍ରୋସରି ଦୋକାନରେ ଚଡ଼ାଉ କରିଥିଲେ।
ଚଡ଼ାଉ ସମୟରେ ଦୁଇଜଣଙ୍କ ନିକଟରୁ ୨.୯୪ କି.ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଟାଉନ ପି.ଏସ. କେସ ନଂ- 634, ତା. 30.08.2025
ଧାରା 20(ବି)(ii)(B) NDPS Act re ସେମାନଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ଜଣାଇଛନ୍ତି।
ପ୍ରାଥମିକ ଅନୁସନ୍ଧାନରେ ଦୁଇଜଣ ଅଭିଯୁକ୍ତ ସୂଚନା ଦେଲେ ଯେ, ନରଣପୁର ଗ୍ରାମର ଚନ୍ଦ୍ରଭାନୁ ସାହୁ ସେମାନଙ୍କୁ ଗତ ୩ ବର୍ଷ ଧରି ନିୟମିତ ଭାବେ ଗଞ୍ଜେଇ ଯୋଗାଣ କରୁଥିଲେ। ପୋଲିସ ତୁରନ୍ତ ତାଙ୍କ ଘର ପାଖରେ ଚଡ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କ ପାଖରୁ ଫୋର୍ଡ ଟାଇଟାନିଅମ କାର (OD-05B-7444), ମୋବାଇଲ ପୋଲିସ
ଜବତ କରିଛି।
ଅଭିଯୁକ୍ତମାନେ ତାଙ୍କ ଅପରାଧ ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଛି। ତାଙ୍କୁ ଧାରା 20(ବି)(ii)(B) NDPS Act ଅନୁସାରେ ଗିରଫ କରିବା ସହ କୋର୍ଟଚାଲାଣ କରାଯାଇଛି। ଜିଲା ଓ ସେସନ୍ସ ଜଜ କମ-ସ୍ପେଶାଲ ଜଜ, କେନ୍ଦୁଝର ସେମାନଙ୍କୁ ୧୫ ଦିନ ନ୍ୟାୟିକ ରିମାଣ୍ଡ ପାଇଁ ନେଇଛି।