ଗଞ୍ଜେଇ ଜବତ, ଜଣେ ଗିରଫ

ଚାନ୍ଦବାଲି,୨୮।୮(କିଶାନ ପାତ୍ର): ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ଦିଲୀପ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚାନ୍ଦବାଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଳାଷ ପାଲଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ମତୋ ବଜାରରେ ଚଢ଼ାଉ କରିଛି। ୧.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ ସହ ଏଥିରେ ସମ୍ପୃକ୍ତ ପାଟଣାସାହି ଗ୍ରାମର ମହେନ୍ଦ୍ର ବାରିକଙ୍କୁ ଉକ୍ତ ଟିମ୍‌ ଗିରଫ କରିଛି। ଏଏସ୍‌ଆଇ ଦୀପକ ରାଉତ, କନ୍‌ଷ୍ଟେବଲ ଅନବାଦିତ୍ୟ ବାରିକ, ଉମେଶ କୁମାର ମହଲା, ରାମଚନ୍ଦ୍ର ନାୟକ, ସଞ୍ଜୟ ପାତ୍ର, ସତ୍ୟରଞ୍ଜନ ସେଠୀ, ଖଗେଶ୍ୱର ଜେନା, ରାଜଲକ୍ଷ୍ମୀ ଦତ୍ତ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ଏନେଇ ଚାନ୍ଦବାଲି ଅବକାରୀ ଥାନା ପକ୍ଷରୁ ମାମଲା (ନଂ. ୭୧/୨୩-୨୪) ରୁଜୁ ହୋଇଛି।