ଘାଟି ଜଙ୍ଗଲରେ ଧରାପଡିଲେ ଗଞ୍ଜେଇ ମାଫିଆ: ଶହେ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୨୩।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ପାଟ୍ରୋଲିଂ ସମୟରେ ମିଳିଛି ବଡ଼ ସଫଳତା। ଗୋଟିଏ କୁଇଣ୍ଟାଲ ଗଞ୍ଜେଇ ଭର୍ତ୍ତି ବସ୍ତା ସହ ଅଟୋକୁ ଜବତ କରିଛି ଦାରିଙ୍ଗବାଡି ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ଉକ୍ତ ଜିଲା ସାରଙ୍ଗ ଥାନା ବାନ୍ଦୁଡି ଗ୍ରାମର ପ୍ରଦୀପ ଦଳବେହେରା (୩୧)ବୋଲି ଆଇଆଇଆସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ସେହିପରି ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪ ରୁ ୫ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ବୋଲି ପୋଲିସ କହିଛି।

ପ୍ରକାଶ ଯେ, ପୋଲିସ ୫୯ନଂ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ପୋଲିସ ଏକ ଅଟୋ ନଂ (ଓଡି୧୨ ସି ୧୪୮୨)ରେ ପନି ପରିବା ଭଳି ବୋଝେଇ ହୋଇ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ଦେଖି ସନ୍ଦେହ ପ୍ରକାଶ ପାଇଥିଲା। ତାକୁ ଅଟକାଇ ଯାଞ୍ଚ କରିବା ସମୟରେ ବସ୍ତାରୁ ପୁଳାପୁଳା ଗଞ୍ଜେଇ ବାହାରିଥିଲା ଓ ପୋଲିସ ତାକୁ ଜବତ କରି ଥାନାକୁ ଆଣିଥିଲା। ଏନେଇ ପୋଲିସ ମାମଲା (୨୮/୨୬)ରୁଜୁ କରି ଅଧିକା ତଦନ୍ତ ଚଳାଇଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ସହ ରାତ୍ରୀ ପାଟ୍ରୋଲିଂକୁ ଅଧିକା କଡାକଡି କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।

 

Dharitri – Odisha’s No.1 Odia Daily

 

Share