ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ।
ମହୋତ୍ସବର ପ୍ରତ୍ୟହ ସାଂସ୍କୃତିକ ସାରେ ଖ୍ୟାତନାମା କଣ୍ଠଶିଳ୍ପୀ ଯୋଗଦେଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିବେ। ଉଦ୍ଘାଟନୀ ଉତ୍ସବ ଦିନ ପ୍ରସିଦ୍ଧ ଗାୟକ ବିଷ୍ଣୁ ମୋହନ କବି ଓ ଅନ୍ୟ ଦିନମାନଙ୍କରେ ସ୍ବୟମ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଜୟଶ୍ରୀ ଧଳ, ଉମାକାନ୍ତ ବାରିକ ପ୍ରମୁଖ ଯୋଗଦେବେ।
ମହୋତ୍ସବ ପୂର୍ବରୁ କଳାକାରମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ନୂଆପଡ଼ାବାସୀଙ୍କୁ ଆମନ୍ତ୍ରଣ ଜଣାଇ ଉତ୍ସବରେ ବହୁସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ଲୋକକଳା, ସଂସ୍କୃତିକ କାର୍ୟକ୍ରମ, ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଆୟୋଜିତ ହେବ। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ଓ ଲୋକସଂସ୍କୃତିକୁ ଜନମନରେ ପ୍ରଚାର କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ମହୋତ୍ସବକୁ ଜିଲା ସଂସ୍କୃତି ପରିଷଦ, ଜିଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜନ କରାଯାଉଛି।