ଆତ୍ମସମର୍ପଣ କରିଥିବା ଦମ୍ପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମାଓବାଦୀ ସଙ୍ଗଠନ

ମାଲକାନଗିରି,୧୦ା୩(ନୃସିଂହ ଚରଣ ମହାନ୍ତି)-ଛତିଶଗଡ ବିଜାପୁରରେ ଗତ କିଛିଦିନ ତଳେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନାମରେ ଅର୍ଥ ଲୁଟ ଭଳି ସଙ୍ଗୀନ ଅଭିଯୋଗ ଆଣି ଏକ ପ୍ରେସ୍‌ ବିବୃତ୍ତି ଜାରି କରିଛି ମାଓବାଦୀ ସଙ୍ଗଠନ।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡର ପଶ୍ଚିମ ବସ୍ତର ଡିଭିଜନ ସଦସ୍ୟ ମୋଡିୟମ୍‌ ଦିନେଶ ଏବଂ ତାଙ୍କ ସ୍ତ୍ରୀ ଗତ କିଛିଦିନ ତଳେ ସଙ୍ଗଠନ ଛାଡି ଆତ୍ମସମର୍ପଣ କରିଥିଲେ। ଏହି ଦମ୍ପତି ପୋଲିସରେ ଆତ୍ମସମର୍ପଣ ପରେ ସଙ୍ଗଠନ ସେମାନଙ୍କ ବିରୋଧରେ ଏକ ପ୍ରେସ୍‌ ବିବୃତ୍ତି ଜାରି କରିଛି।

ଯେଉଁଥିରେ ଉଲ୍ଲେଖ ରହିଛି, ଆତ୍ମସମର୍ପଣ କରିଥିବା ଦମ୍ପତି ସଙ୍ଗଠନର ଲକ୍ଷାଧିକ ଟଙ୍କା ଚୋରି କରି ନେଇ ପଳାଇଛନ୍ତି। ସଙ୍ଗଠନ ସେମାନଙ୍କୁ କେବେବି କ୍ଷମା କରିବ ନାହଁ। ଏହାର ଜବାବ ଦିଆଯିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଏହି ବିବୃତ୍ତି ସଙ୍ଗଠନ ଦକ୍ଷିଣ ସବ୍‌ ଜୋନାଲ ବ୍ୟୁରୋ ମୁଖପାତ୍ର ସମତା ଜାରି କରିଥିବା ଜଣାପଡିଛି।