ଜଙ୍ଗଲରେ କ୍ୟାମ୍ପ ଠାବ: ଛତ୍ରଭଙ୍ଗ ଦେଲେ ମାଓବାଦୀ

ବଲାଙ୍ଗୀର,୧୬।୫(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲାର ଛତରଦାଣ୍ଡି ଓ ଗନ୍ଧମାର୍ଦନ ପାହାଡ଼ରେ ଦୁଇଟି ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଖପ୍ରାଖୋଲ, ଲାଠୋର ଓ ତୁରେକେଲା ଥାନା ଅଞ୍ଚଳର ଡିଭିଏଫ ଟିମ ପକ୍ଷରୁ ସ୍ବତନ୍ତ୍ର ସର୍ଚ୍ଚ ଅପରେଶନ ବେଳେ ଏହି ଦୁଇ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଡିଭିଏଫ ଟିମ ଦୁଇ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ଟିଫିନ ବୋମା, ମାଓବାଦୀ ସାହିତ୍ୟ, ଲୁଗାପଟା, ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ତେବେ ମାଓବାଦୀମାନେ ସେଠାରୁ ଫେରାର ହେବାକୁ ସକ୍ଷମ ହୋଇଛନ୍ତି। ବଲାଙ୍ଗୀର ଏସପି ଅଭିଳାଷ ଜି ଶୁକ୍ରବାର ରିଜର୍ଭ ପୋଲିସ କାର୍ଯ୍ୟଳୟରେ ପ୍ରେସ ମିଟ କରି ମାଓବାଦୀ ଅପରେଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ ଓ ଛତରଦାଣ୍ଡି ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରିଥିବା ଜଣାପଡ଼ିବା ପରେ ସେଠାରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।