ବେଲଗାମ୍‌ କରୋନା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଅଫିସର ସଂକ୍ରମିତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶରେ କରୋନା ରେକର୍ଡ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ଦିନରେ ୧୮ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଲକ୍ଷ୍ନୌରୁ ସର୍ବାଧିକ ୫,୩୦୦ ଓ ପ୍ରୟାଗରାଜରୁ ୧୮୦୦ ରହିଛନ୍ତି। ଇତିମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଖ୍ୟ ସଚିବ ପିଏସ୍‌ ଗୋଏଲ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏତେ ବଡ଼ ସଂଖ୍ୟାରେ ଆଇଏଏସ୍‌ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଯୋଗୀ ଆଦିତ୍ୟନାଥ ନିଜକୁ ହୋମ୍‌ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି। ଏନେଇ ସେ ବୁଧବାର ଟୁଇଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି।