ତିନିଚକିଆ ସାଇକେଲ ପାଇ ଖୁସି ବ୍ୟକ୍ତ କଲେ ମନୁ

କେସିଙ୍ଗା,୧୯ା୯(ତୁମେଶ୍ବର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗାଠାରେ ଶୁକ୍ରବାର ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପରଲସିଙ୍ଗା ଗ୍ରାମର ଭିନ୍ନକ୍ଷମ ମନୁ ମାଝି(୪୯) ଏକ ତିନିଚକିଆ ସାଇକେଲ ପାଇବା ପାଇଁ ଆବେଦନ କରିଥିଲେ। କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ବାଇଁ ଭିନ୍ନକ୍ଷମ ମନୁଙ୍କୁ ଦେଖି ଏକ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ। ଏହାକୁ ପାଇବା ପରେ ମନୁ ଖୁସି ବ୍ୟକ୍ତ କରିବା ସହ ବିଡ଼ିଓଙ୍କୁ ଧନ୍ୟବାଦ ଜଣାଇଥିଲେ। ବ୍ୟବସାୟୀ ମନୁ ୨୦୧୨ରେ ପରଲସିଙ୍ଗା ଗ୍ରାମରୁ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନକୁ ଯାଇ ପାସେଞ୍ଜର ଟ୍ରେନ୍‌ ଚଢୁଥିବା ବେଳେ ଗୋଡ଼ ଖସିଯିବାରୁ ତାଙ୍କର ବାମଗୋଡ଼ ଛିଣ୍ଡି ଯାଇଛି। ଏହା ପରଠାରୁ ସେ ବହୁ କଷ୍ଟରେ ଜୀବନ ବିତାଉଥିଲେ। ଏ ସଂକ୍ରାନ୍ତରେ ବିଡ଼ିଓ ସ୍ବାଇଁଙ୍କୁ ପଚାରିବାରୁ ପ୍ରକୃତରେ ଜଣେ ଗରିବ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବା ପ୍ରଶାସନର କାମ ବୋଲି ପ୍ରକାଶ କରିଥିଲେ।