ପଦ୍ମପୁରରେ ନୂତନ ବିଡିଓ ଭାବେ ଯୋଗ ଦେଲେ ମନୋଜ କୁମାର

ପଦ୍ମପୁର,୧୭।୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଳକର ନୂତନ ବିଡ଼ିଓ ଭାବରେ ମନୋଜ କୁମାର ଦେବତା ଯୋଗଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ଦେବତା ଜି ଉଦୟଗିରି ବିଡ଼ିଓ, କନ୍ଧମାଳ ସହକାରୀ ଉପଜିଲାପାଳ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ପଦ୍ମପୁର ବ୍ଳକର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହିତ ବର୍ତ୍ତମାନ ଗ୍ରୀଷ୍ମପ୍ରବାହରେ ପିଇବା ପାଣି ଯୋଗାଣକୁ ଅଗ୍ରାଧିକାର ଦିଆଯିବ ବୋଲି ଦେବତା କହିଛନ୍ତି। ଗୁରୁବାର ବ୍ଳକ ଅଧ୍ୟକ୍ଷ ରନଜିତ ସିଂ ବରିହା, ଉପଧ୍ୟାକ୍ଷ ସଂଯୁକ୍ତ ଚାନ୍ଦ ଓ ଗଣମାଧ୍ୟମର ପ୍ରତିନିଧି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share