୩୨ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଲେ ବିଧାୟକ-ପୌରାଧ୍ୟକ୍ଷା, ମନ ଜିଣୁଛି…

ବଲାଙ୍ଗୀର,୭।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମନୋହରପୁର ରିଜର୍ଭ ପୋଲିସ ଛକଠାରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ୩୨ବର୍ଷରେ ପଦାର୍ପଣ କରିଛି। ଏଥିନେଇ ରବିବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୋମବାର ଯଥାରୀତି ପୂଜା ଆରମ୍ଭ ହୋଇ ଚକ୍ଷୁଦାନ ଓ ଜୀବନ୍ୟାସ ପରେ ଭକ୍ତମାନେ ମା’ଙ୍କ ମୁଖ ଦର୍ଶନ କରିଛନ୍ତି।

ପୂଜାରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ନରେନ୍ଦ୍ର ମିଶ୍ର , କର୍ଭା ଭାବେ ମୁନୁ ମିଶ୍ର ଓ ଧର୍ମପତ୍ନୀ ବୀଣା ମିଶ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରତ୍ୟହ ମା’ଙ୍କ ରୀତିନୀତି ସହ ପୂଜାର୍ଚ୍ଚନା ଚାଲିଛି। ପ୍ରତିଦିନ ସାଂରେ ମା’ଙ୍କଠାରେ ଆଳତୀ ଦିଆଯାଉଛି । ସନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ଥିବା ଦେଖିବାକୁ ମିଳୁଛି । ଆକର୍ଷଣୀୟ ମେଢ଼ ସହିତ ସମଗ୍ର ଅଞ୍ଚଳକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ଦିବସରେ କମିଟି ପକ୍ଷରୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଉଛି।

ମଙ୍ଗଳବାର ସନ୍ଧ୍ୟାରେ ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ପୌରଧ୍ୟକା ଲିକା ସାହୁ ମନୋହରପୁର ପୂଜା ମଣ୍ଡପକୁ ଆସି ଦର୍ଶନ କରିଛନ୍ତି। ଆସନ୍ତା ୧୨ ତାରିଖରେ ରବିବାର ପୂର୍ଣ୍ଣାହୁତି ସହ ମା’ଙ୍କ ଭବ୍ୟ ଭସାଣି ହେବ ବୋଲି ମନୋହରପୁର ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Trusted Odia Daily

Share