ଗଞ୍ଜାମ,୧୦।୧(ବିଦ୍ୟାଧର ସାହୁ):ଗଞ୍ଜାମ ସହରର ବହୁ ପୁରାତନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଷୋଡବିଂଶ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଛି। ଅତିଥି ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଲୋକ ପ୍ରିୟ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଛାତ୍ରୀଛାତ୍ରଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଭଲ ପାଠ ପଢିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।
ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା, ଦକ୍ଷିଣ ପୂର୍ବ ଶିକ୍ଷା ବିକାଶ ସେକ୍ରେଟାରୀ ଦୀପକ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ। ପରିଚାଳନା କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ହରିହର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଏମ ଲିଙ୍ଗରାଜ ରେଡି ଅତିଥି ପରିଚୟ ପ୍ରଦାନ କରିଥିଲେ l ଉକ୍ତ ଶିଶୁ ବିଦ୍ୟାମନ୍ଦିର କୋମଳ ମତି କୁନି କୁନି ପିଲାଙ୍କ ନୃତ୍ୟାଙ୍ଗନ ମନମୋହି ଥିଲା l ପରେ କୃତି ବିଦ୍ୟାର୍ଥୀଙ୍କୁ ଅତିଥି ପୁରସ୍କୃତ କରିଥିଲେ l ଏହି ଅବସରରେ ବିଧାୟକଙ୍କ ନିଜସ୍ବ ହାତ ପାଣ୍ଠିର ବ୍ୟୟ ବରାଦ ଅର୍ଥରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବିଧାୟକ ଭିତ୍ତି ପ୍ରସ୍ତର କରିଥିଲେ l