ଚିରସ୍ମରଣୀୟ ରହିବେ ମନମୋହନ: ଅମର ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ୍‌ ଶୋଭଯାତ୍ରା

ପୁରୁଷୋତ୍ତମପୁର,୨୮।୧୨(ସିମାଞ୍ଚଳ ମିଶ୍ର):ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କ ବିୟୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ଏକ ଶୋକସଭା ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଚିତ୍ତ୍ରସେନ ବେହେରା, ମାଧବାନନ୍ଦ ଦାଶ ଜବନ୍ନାଥ ବେହେରା,ସୋନୁ ମହାରଣା, ଶୁଶାନ୍ତ ଗୌଡ, ହିମାଂଶୁ ଶେଖର ଦାଶ ପ୍ରମୁଖ ଯୋଗଦେଇ ମନମୋହନ ସିଂଙ୍କ ଦେଶ ଲାଗି ରହିଥିବା ଅବଦାନକୁ ନେଇ ଗୁଣଗାନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ଲାଗି ଏକ କେଣେଡେଲ ଶୋଭାଯାତ୍ରା କରିଥିଲେ। ଏଥିରେ ବହୁ କଂଗ୍ରେସ କର୍ମୀମାନଙ୍କ ସହ ଦଳଗତ ନିର୍ବିଶେଷରେ ବହୁ ବକ୍ତି ବିଶେଷମାନେ ସାମିଲ ହୋଇଥିଲେ।