Categories: HomeHome Middle

ଜେଲ୍‌ରୁ ଫେରିଥିବା ନିଲମ୍ବିତ ସଦସ୍ୟଙ୍କୁ ଏମିତି ସ୍ବାଗତ କଲେ ମନମୋହନ: ଭାଜପାର ଫିଟିଲା ସବୁ ଗୁମର

ଭୁବନେଶ୍ୱର,୧୯ା୭ (ସୁନିତ୍‌ ମିଶ୍ର):ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ପରେ ଜାମିନରେ ଫେରିଥିବା ଭାଜପାର ୫ ସମର୍ଥକ ଜେଲରୁ ବାହାରିବା ପରେ ଶୁକ୍ରବାର ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କୁ ଭେଟିଛନ୍ତି। ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ସହ ସମାନେ ଦଳର ୨ ଶୀର୍ଷ ନେତାଙ୍କୁ ସାକ୍ଷାତ କରିବା ନେଇ ସାମାଜିକ ଗଣମାଧ୍ୟମରେ ଫଟୋ ଘୂରିବୁଲୁଛି। ନିଲମ୍ବିତ ନେତାଙ୍କୁ କିପରି କିଛିଦିନ ବ୍ୟବଧାନରେ ଦଳର ସଭାପତି ଏବଂ ସଙ୍ଗଠନ ମନ୍ତ୍ରୀ ଭେଟିବାର ସୁଯୋଗ ଦେଲେ ତାହା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସୂଚନାଯୋଗ୍ୟ, ଏହି ଘଟଣାରେ କର୍ପୋରେଟର ଅପରୂପ ନାରାୟଣ ରାଉତ ଏବଂ ତାଙ୍କ ସହ ରଶ୍ମିରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନାଥ ସ୍ବାଇଁ ଏବଂ ସଞ୍ଜୀବ ମିଶ୍ର ଗିରଫ ହୋଇଥିଲେ। ପରେ ଜଗନ୍ନାଥ ମଧ୍ୟ ଗିରଫ ହୋଇଥିଲେ। ଏମାନେ ସମସ୍ତେ ଏବେ ବେଲ୍‌ ପାଇ ବାହାରକୁ ଆସିସାରିଛନ୍ତି। କେବଳ ଚାପରେ ପଡ଼ି ଦଳ ସେମାନଙ୍କୁ ନିଲମ୍ବନ କରିଥିବା ଚର୍ଚ୍ଚା ହେଉଛି।

Share