ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ ୨୬ରେ କଳାହାଣ୍ଡି ଗସ୍ତ କରିବେ ମନମୋହନ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୨୬ ତାରିଖ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି। ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ କଳାହାଣ୍ଡି ଜିଲାକୁ ତାଙ୍କର ପ୍ରଥମ ଗସ୍ତ ରହିଛି। ଯାହାକୁ ନେଇ ଜିଲାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ସାମଲଙ୍କ ଗସ୍ତ କିପରି ସୁରୁଖୁରୁରେ ହେବ ସେ ନେଇ ଗୁରୁବାର ସନ୍ଧ୍ୟାରେ ଭବାନୀପାଟଣା ସ୍ଥିତ ସାର୍କିଟ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଢ଼ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଭାପତିଙ୍କ ଗସ୍ତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କଳାହାଣ୍ଡି ପ୍ରବେଶ ପଥ ଅମାଠ ଛକ ଠାରେ ଭବ୍ୟ ସାଗତ କରାଯିବା ସହ କେସିଙ୍ଗା , ପାଷ୍ଟିକୁଡ଼ି ଓ ଭବାନୀପାଟଣା ଲାଲ ପୋଲ ଠାରୁ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଭବାନୀପାଟଣା ଟାଉନ ହଲଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ଉପରେ ଆଲୋଚନା କରାଯାଇଥିଲା। ସେହିପରି କାର୍ଯ୍ୟ ସମାପ୍ତି ପରେ ଭବାନୀପାଟଣା ସର୍କିଟ ହାଉସଠାରେ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ପରେ ରାତ୍ରୀ ଯାପନ କରିବେ। ୨୭ ତାରିଖ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତ୍ତା ବୈଠକକୁ ସମ୍ବୋଧିତ କରିବେ । ଏଥିରେ କଳାହାଣ୍ଡି ସାଂଗଠନିକ ୪୧ ଟି ମଣ୍ଡଳ ର ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ଜିଲାର ଶୀର୍ଷ ନେତୃତ୍ୱଙ୍କୁ ଦାୟିତ୍ୱ ପ୍ରଦାନ କରି କାର୍ଯ୍ୟକ୍ରମ ଙ୍କୁ ସଫଳ କରିବା ପାଇଁ ଜିଲା ସଭାପତି ପୋଢ଼ ପ୍ରକାଶ କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି,ଜିଲା ଉପ ସଭାପତି ପ୍ରଶାନ୍ତ ସାହୁ ,ମୁକେଶ ଅଗ୍ରୱାଲ ,ଜିଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ମନୋଜ ମେହେର, ଧର୍ମଗଡ ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି, ଜିଲା ସମ୍ପାଦକ ସତ୍ୟ ବେହେରା ,ବରିଷ୍ଠ ନେତା ଭାରତ ଦେଓ ,ଭବାନୀପାଟଣା ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ,ହିମାଂଶୁ ବିଶାଳ,ଅକୁର ହରପାଲ,ରାକେଶ ଶର୍ମା, ମାନସ ଜେନା,ପବିତ୍ର ନାଏକ, ସ୍ମିତ୍ ବେହେରାଙ୍କ ସମତେ ଜିଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।