Categories: Home Leftଖେଳ

ଫାଇନାଲରେ ମଞ୍ଜୁ ବାଲା

ବର୍ମିଂହାମ୍‌,୪ା୮: ମହିଳା ହାମର ଥ୍ରୋ ଇଭେଣ୍ଟର ଫାଇନାଲରେ ଭାରତର ମଞ୍ଜୁ ବାଲା ପ୍ରବେଶ କରିଛନ୍ତି। ହେଲେ ସରିତା ସିଂ ଆଗକୁ ଯିବାରେ ବିଫଳ ହୋଇଛନ୍ତି। ୩୩ ବର୍ଷୀୟା ମଞ୍ଜୁ ବାଲା କ୍ୱାଲିଫିକେଶନ ରାଉଣ୍ଡରେ ତାଙ୍କର ଶ୍ରେଷ୍ଠ ଥ୍ରୋ ୫୯.୬୮ ମିଟର ସହ ୧୧ତମ ସ୍ଥାନରେ ରହିଥିଲେ। ସମାନ ଇଭେଣ୍ଟରେ ଅନ୍ୟ ଭାରତୀୟ ଆଥଲେଟ ସରିତା ୫୭.୪୮ ମିଟର ଟାଇମିଂ ସହ ୧୩ତମ ସ୍ଥାନ ଅଧିକାର କରିବାରୁ ଫାଇନାଲ ପ୍ରବେଶରେ ବିଫଳ ହୋଇଥିଲେ। ନିମୟମାନୁସାରେ ଶ୍ରେଷ୍ଠ ୧୨ ପ୍ରଦର୍ଶନକାରୀ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ଫାଇନାଲ ମୁକାବିଲା ରହିଛି।