ମଣିପୁର ହିଂସା: ଉଗ୍ରବାଦୀଙ୍କ ଆକ୍ରମଣରେ ଗଲା ୩ ଜଣଙ୍କର ଜୀବନ

ଇମ୍ଫାଲ,୧୮।୮: ମଣିପୁରରେ ହୋଇଥିବା ହିଂସା ମାମଲାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମର ଖବର ଅନୁଯାୟୀ ମଣିପୁରର ଉଖରୁଲ ଜିଲାରେ ଉଗ୍ରବାଦୀଙ୍କ ଆକ୍ରମଣରେ ତିନି ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଉଖରୁଲ ଜିଲାର ଥୋୱାଇ କୁକି ଗ୍ରାମରେ ଗାଁର ସୁରକ୍ଷାଥିବା ଲୋକ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ତିନି ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି।