ଅମିତ ଶାହାଙ୍କୁ କ୍ରୀଡା ମନ୍ତ୍ରଣାଳୟକୁ ପଠାଇ ଦିଅନ୍ତୁ: ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୭।୬: ମଣିପୁରର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସୁବ୍ରମଣ୍ୟମ ଶନିବାର ଟୁଇଟ କରି ରାଜ୍ୟରେ କେନ୍ଦ୍ରୀୟ ନିୟମର କାର୍ଯ୍ୟକାରିତାକୁ ସମର୍ଥନ କରିଛନ୍ତି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି।

ସୁବ୍ରମଣ୍ୟମ ଟୁଇଟ୍‌ କରି କହିଛନ୍ତି, ଭାଜପାର ମଣିପୁର ସରକାରକୁ ବରଖାସ୍ତ କରିବା ଏବଂ ସମ୍ବିଧାନର ଧାରା ୩୫୬ ଅନୁଯାୟୀ କେନ୍ଦ୍ରୀୟ ନିୟମ ଲାଗୁ କରିବାର ସମୟ ଆସିଛି। ଅମିତ ଶାହାଙ୍କୁ କ୍ରୀଡା ମନ୍ତ୍ରଣାଳୟକୁ ପଠାଯିବା ଉଚିତ୍‌।

Share