LONDON, ENGLAND - AUGUST 13: Elijah Motonei Manangoi of Kenya reacts as he crosses the finish line to win gold in the Men's 1500 metres final during day ten of the 16th IAAF World Athletics Championships London 2017 at The London Stadium on August 13, 2017 in London, United Kingdom. (Photo by Alexander Hassenstein/Getty Images for IAAF)
ମୋନାକୋ, ୨୪ା୭ (ଏପି)- ଡୋପ୍ ଟେଷ୍ଟ ପାଇଁ ହାଜର ହୋଇ ନ ଥିବାରୁ ପୂର୍ବତନ ୧,୫୦୦ ମିଟର ବିଶ୍ୱଚାମ୍ପିୟନ ଇଲିଜା ମନଙ୍ଗୋଇ ସାମୟିକ ସସ୍ପେଣ୍ଡ ହୋଇଛନ୍ତି। କେନିଆର ଏହି ଆଥଲେଟ୍ ‘ହୋୟାରଏବାଉଟ୍ସ’ ନିୟମ ଉଲ୍ଲଂଘନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍(ଏଆଇୟୁ) କହିଛି। ଡୋପ୍ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ ବେଳେ ୨୦୧୭ ବିଶ୍ୱ ଟାଇଟଲ ହାସଲ କରିଥିବା ମନାଙ୍ଗୋଇ କାହିଁକି ଉପଲବ୍ଧ ହେଲେ ନାହିଁ ତାହାର ତଦନ୍ତ ହେଉଛି। ଓ୍ବାଲର୍ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା)ର ନିୟମାନୁସାରେ ଏଲିଟ୍ ଆଥଲେଟମାନେ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଦୈନିକ ରିପୋର୍ଟ କରିବା ବିଧେୟ। ଯାହାଫଳରେ ଯେକୌଣସି ସମୟରେ ତାଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇ ପାରିବ। ହୋୟାରଏବାଉଟ୍ସ ନିୟମ ଉଲ୍ଲଂଘନ କରି ପୂର୍ବରୁ ଗତବର୍ଷ ୧୦୦ ମିଟର ଟାଇଟଲ ଜିତିଥିବା ଆମେରିକା ସ୍ପ୍ରିଣ୍ଟର ଖ୍ରିଷ୍ଟିଆନ କୋଲ୍ମ୍ୟାନ ଏବଂ ବାହାରିନ୍ରେ ୪୦୦ ମିଟର ସ୍ବର୍ଣ୍ଣ ଜିତିଥିବା ନାଇଜେରିଆ ଜନ୍ମିତ ସାଲଓ୍ବା ଇଦ୍ ନାସେର୍ ସାମୟିକ ସସ୍ପେଣ୍ଡ ହୋଇଛନ୍ତି। ଉଭୟଙ୍କ ବିରୋଧରେ ଏଆଇୟୁ ପକ୍ଷରୁ ତଦନ୍ତ ଚାଲିଛି। ଯେଉଁ ଆଥଲେଟମାନେ ୧୨ ମାସ ମଧ୍ୟରେ ୩ ଥର ଉପଲବ୍ଧ ହେବେ ନାହିଁ ସେମାନେ ଦୁଇବର୍ଷ ବାସନ୍ଦ ଦଣ୍ଡର ସମ୍ମୁଖୀନ ହୋଇ ପାରନ୍ତି।