ମାଣ୍ଡିପଙ୍କା ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା: ସରକାରଙ୍କ ଉପରେ ବର୍ଷିଲେ ବାମପନ୍ଥୀ ଦଳର ପ୍ରତିନିଧି ମଣ୍ଡଳୀ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଘଟଣା ଘଟିବା ପରେ ବିଭିନ୍ନ ରାଜନୈତିକ ଦଳ ମାଣ୍ଡିପଙ୍କାକୁ ଆସୁଛନ୍ତି। ଘଟଣା ପାଇଁ ସରକାରୀ କଳକୁ ଦାୟୀ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରେ ଅଲ୍‌ ଇଣ୍ଡିଆ ଫରଓ୍ବାଡ୍‌ ବ୍ଲକ, ସିପିଆଇ ଏବଂ ସିପିଆଇ (ଏମ୍‌.ଏଲ) ଲିବରେଶନ ଦଳର ଏକ ରାଜ୍ୟସ୍ତରୀୟ ପ୍ରତିନିଧିମଣ୍ଡଳୀର ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ସିପିଆଇ (ଏମ୍‌ଏଲ୍‌) ଲିବରେଶନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ୍‌ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଆଦିବାସୀ ମହାସଭାର ନେତା ତିରୁପତି ଗମାଙ୍ଗ, ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ ବ୍ଲକର ରାଜ୍ୟ ସମ୍ପାଦିକା ଦିଶା ଆଜାଦ, ଛାତ୍ରନେତା ରାଜୁ ମାଡକାମୀ ପ୍ରମୁଖ ମାଣ୍ଡିପଙ୍କା ଗସ୍ତ କରି ମୃତକ ଓ ଗୁରୁତରଙ୍କ ପରିବାରକୁ ଭେଟିବା ସହ ସରକାରୀ କଳରେ ଅବହେଳା ଚାଉଳ ପ୍ରଦାନ ବିଳମ୍ବ ଏଭଳି ଏକାଧିକ ଅଭିଯୋଗ ଆଣି ବର୍ଷିଥିଲେ। ଏହି ଗସ୍ତ ସମୟରେ ନେଟଓ୍ବର୍କ ସ୍ଥାପନ ସହ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି।

Share
Tags: mango kernel