Categories: Home Leftଖେଳ

କ୍ରିକେଟ ଇତିହାସରେ ମନ୍ଧାନାଙ୍କ ରେକର୍ଡ: ଜାଣନ୍ତୁ ଏହି ଖେଳାଳିଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୨୦ା୯: ବିସ୍ଫୋରକ ଓପନର ସ୍ମୃତି ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ୫୦ ବଲରେ ଶତକ ପୂରଣ କରିଥିଲେ। ଏହା ମହିଳା ଦିନିକିଆ କ୍ରିକେଟ ଇତିହାସର ଦ୍ୱିତୀୟ ଦ୍ରୁତତମ ଶତକ ଥିଲା। ସେ କମ୍‌ ସଂଖ୍ୟକ ବଲରେ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟର କାରେନ ରଲ୍ଟନଙ୍କୁ ପଛରେ ପକାଇଛନ୍ତି।

ରଲ୍ଟନ ୨୦୦୦-୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୭ ବଲରେ ଶତକ ପୂରଣ କରିଥିଲେ। ମହିଳା ଦିନିକିଆ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା ମେଗ ଲାନିଂଙ୍କ ନାମରେ ରହିଛି। ସେ ୨୦୧୨-୨୩ ସିଜନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୫ ବଲରେ ଶତକ ପୂରଣ କରିଥିଲେ।

୨୯ ବର୍ଷୀୟା ମନ୍ଧାନା ୬୩ ବଲରେ ୧୭ ଚୌକା ଓ ୫ ଛକା ସହାୟତାରେ ୧୨୫ ରନ କରି ଆଉଟ୍‌ ହୋଇଥିଲେ। ଏହା ତାଙ୍କର ୧୩ତମ ଦିନିକିଆ ଶତକ ଥିଲା। ଏହି ଶତକ ସହ ସେ ଗୋଟିଏ ବର୍ଷରେ ପ୍ରଥମ ମହିଳା ବ୍ୟାଟର ଭାବେ ୪ ଦିନିକିଆ ଶତକ ହାସଲ କରିଛନ୍ତି।