ମଣ୍ଡଳ ସ୍ତରୀୟ ବିଜୟା ଦଶମୀ ଉତ୍ସବ ପାଳନ: ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷା ନିରୀକ୍ଷକ କହିଲେ…

ଜୁନାଗଡ଼,୭।୧୦(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ଠାରେ ସୋମବାର ରାଷ୍ଟ୍ରୀୟ ସୟଂସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଅବସରରେ ମଣ୍ଡଳ ସ୍ତରୀୟ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷା ନିରୀକ୍ଷକ କମଳାକାନ୍ତ ମୁଣ୍ଡ ଯୋଗଦେଇ ସୁସ୍ଥ ସମାଜ ଓ ସଶକ୍ତ ରାଷ୍ଟ୍ର ଗଠନରେ ସଂଘର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍‌ ଉଦିତ୍‌ ବେହେରା ଦେଇ ରାଷ୍ଟ୍ରୀୟ ସୟଂସେବକ ସଂଘର ଶହେ ବର୍ଷର ରାଷ୍ଟ୍ରସେବାର ବିଭିନ୍ନ ଜନହିତକର ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମାବେଶକୁ ଅବଗତ କରିଥିଲେ। ଏଥିରେ ମୁଣ୍ଡରାଗୁଡ଼ା, ଦାସୀଗାଁ, ରାଜପୁର ଓ ବଣିଜରା ପଞ୍ଚାୟତରୁ ସୟଂସେବକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀବଲ୍ଲଭ ମୁଣ୍ଡ, ଅଂଶୁମାନ ଯୋଶୀ, ଆଦିତ୍ୟ ପଣ୍ଡା, ବିକାଶ ନାଏକ, ଦିଲ୍ଲୀପ ମେହେର, ପ୍ରବୀଣ ପଣ୍ଡା, ସୁଭେନ୍ଦ୍ର ବାଗ, ସୂର୍ଯ୍ୟ ନାରାୟଣ ପଣ୍ଡା ଓ ଅବିନାଶ ମୁଣ୍ଡ ସକ୍ରିୟ ଭବେ ପରିଚାଳନା କରିଥିଲେ। ସେହିପରି ଜିଲା କାର୍ଯ୍ୟବାହ ଶିଶିର ସାବତ୍‌ ଯୋଗଦାନ କରି ଶତ ବାର୍ଷିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Dharitri — Odisha’s Most Trusted Odia Newspaper