ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ! ବିସିସିଆଇ ଦେଲା ଏହି ବଡ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୯: କରୋନା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଏବେ ବାତିଲ କରିଦିଆଯାଇଛି। ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ମୁକାବିଲାକୁ ବାତିଲ କରିବା ପରେ ସିରିଜ ଅଧାରୁ ବନ୍ଦ ହୋଇଛି। ଭାରତ ଏହି ସିରିଜରେ ୨-୧ରେ ଆଗୁଆ ଅଛି। ହେଲେ ଇଂଲଣ୍ଡ ପାଖରେ ମଧ୍ୟ ସିରିଜ ବରାବର କରିବାର ସମାନ ସୁଯୋଗ ରହିଛି। ଏଥିପାଇଁ ଭାରତକୁ ବିଜୟୀ ଘୋଷଣା ନ କରି ଅନ୍ୟ ଏକ ତାରିଖରେ ମ୍ୟାଚ୍‌ ଖେଳାଯିବା ନେଇ ଉଭୟ ଦେଶର ବୋର୍ଡ ବିଚାର କରୁଛି। ଏହାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଚିବ ଜୟ ଶାହ ଏକ ପ୍ରେସ୍‌ ରିଲିଜ୍‌ କରିଛନ୍ତି। ବିସିସିଆଇ ଏବଂ ଇସିବି ବୋର୍ଡ ଏହି ଟେଷ୍ଟ ମ୍ୟାଚ୍‌କୁ ଅନ୍ୟ ଏକ ତାରିଖ କରିବା ଲାଗି ଆଲୋଚନା କରୁଛି। ଖୁବ୍‌ଶୀଘ୍ର ଏହାକୁ ନେଇ ତାରିଖ ନେଇ ସହମତି ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।