ବାରିପଟେ ଥିବା ଖେଳ ପଡିଆକୁ ଯାଇଥିଲେ ବ୍ୟକ୍ତି, ଦଳିଦେଲା ହାତୀ

ନିରାକାରପୁର, ୨୪।୧(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ ଗୟାବନ୍ଧ ଗ୍ରାମର ସଂସାରୀ ଭୁଜୁବଳ(୪୦)। ମୃତକ ଜଣଙ୍କ ଶନିବାର ସକାଳେ ନିଜ ବାରିପଟେ ଥିବା ଖେଳ ପଡିଆକୁ କୌଣସି କାରଣରୁ ଯାଇଥିବା ବେଳେ ହାତୀର ଆକ୍ରମଣର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ଶହ ଶହ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଛନ୍ତି।

Dharitri – The Largest & Most Trusted Odia Daily